ପଞ୍ଚତାରକା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ : ଫସିଛନ୍ତି ଅନେକ ଲୋକ : ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | October 21, 2019 IST

ଇନ୍ଦୋର ୨୧/୧୦: ମଧ୍ୟପ୍ରଦେଶର ଇନ୍ଦୋରରେ  ଆଜି ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ବିଜୟ ନଗର ଥାନା ଅଞ୍ଚଳରେ ଗୋଲ୍ଡେନ ଗେଟ ହୋଟେଲରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଦମକଳ ବିଭାଗର ଅନେକ ଗାଡ଼ି ପହଞ୍ଚି ସାରିଛି ଏବଂ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି। ଏହା ସହିତ ହୋଟେଲରେ ଫସିଥିବା ଲୋକଙ୍କୁ ବାହାରକୁ ସୁରକ୍ଷିତ ଭାବେ ଅଣାଯାଉଛି। ବର୍ତ୍ତମାନ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

{"id":172553}

ଏହି ହୋଟେଲରେ ଏତେ ଭୟାବହ ନିଆଁ ଲାଗିଛି ଯେ ଲୋକଙ୍କୁ ହୋଟେଲରୁ ବାହାରକୁ ଅନେକ କଷ୍ଟରେ ବାହାରକୁ ଅଣାଯାଉଛି। ଏହି ହୋଟେଲରୁ ଉଠୁଥିବା ଧୂଆଁ ଯୋଗୁଁ ସ୍ଥାନୀୟ ଲୋକେ ମଧ୍ୟ ପ୍ରଭାବିତ ହେଉଛନ୍ତି।

{"id":172554}

ଘଟଣାସ୍ଥଳରେ ପୋଲିସ୍,ଦମକଳ ବିଭାଗ ସହ ସ୍ଥାନୀୟ ପ୍ରଶାସନ ମଧ୍ୟ ପହଞ୍ଚିଛି। ଦମକଳ ବିଭାଗ ସହ ସ୍ଥାନୀୟ ଲୋକେ ମଧ୍ୟ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ନିଆଁକୁ ପୂରାପୂରି ଆୟତ୍ତ କରାଯାଇପାରୁନାହିଁ।  

{"id":172555}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.