Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଶା ଶିକ୍ଷାନୁଷ୍ଠାନ ଅଗ୍ନିକାଣ୍ଡ ଘଟଣା: ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ ପାଳନ ନେଇ ଉଠିଲା ପ୍ରଶ୍ନ

28/08/2018 at 6:24 AM

ଭୁବନେଶ୍ବର ୨୮|୮: ଆଜି ସକାଳ ୭ଟା ବେଳେ ରାଜଧାନୀର ଆଚାର୍ଯ୍ୟ ବିହାରରେ ଥିବା ଦିଶା ଶିକ୍ଷାଅନୁଷ୍ଠାନରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଦୁଇଟି ଦମକଳ ସହିତ ୧୭ଜଣ କମର୍ର୍ଚାରୀଙ୍କ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଦିଶା ବିଲଣ୍ତିଂରୁ ପ୍ରାୟ ୨୦ରୁ ୨୫ ଜଣ ଛାତ୍ର ଛାତ୍ରୀ ଏବଂ କର୍ମଚାରୀଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ । ଲାଗିଥିବା ନିଆଁକୁ ଆୟତ କରିବାକୁ ପ୍ରାୟ ୨ରୁ ୩ଘଣ୍ଟା ନାକେଦମ ହେବାକୁ ପଡ଼ିଥିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି, ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଫାୟାର ଅଫିସର କହିଛନ୍ତି ।
ତେବେ ତିନି ମହଲା ବିଶିଷ୍ଟ ଏହି ବିଲଡ଼ିଙ୍ଗରେ ଅଗ୍ନିନିରାପତା ,ଅବା ସୁରକ୍ଷା ପାଇଁ କଣ ସବୁ ବ୍ୟବସ୍ଥା ରହିଛି ଏ ନେଇ ଅନେକ ପ୍ରଶ୍ନ ଉଠିଛି । କାରଣ ଆଉ ଟିକେ ବିଳମ୍ବ ହେଇଥିଲେ ହୁଏତ ଶହ ଶହ ଛାତ୍ରଛାତ୍ରୀ ଜୀବନ ବିଦପରେ ପଡ଼ିଥାନ୍ତା । କାରଣ ସକାଳ ୮ଟାରୁ ଦିଶାରେ ଛାତ୍ରଛାତ୍ରୀଙ୍କ କୋଚିଙ୍ଗ ଆରମ୍ଭ ହେଇଥାଏ । ଆଶ୍ଚର୍ଯ୍ୟର କଥା କ୍ଲାସରେ ଅଗ୍ନି ନିରାପତାକୁ ନେଇ ସେଭଳି କିଛି ସୁବିଧା ନଥିବା ଛାତ୍ରଛାତ୍ରୀ କହୁଥିବାବେଳ, ଅଣଓସାରିଆ ସିଡ଼ିରାସ୍ତାକୁ ଭେଣ୍ଟିଲେସନର ବି ସେଭଳି ବ୍ୟବସ୍ଥା ନଥିବା ଅଭିଯୋଗ ହେଇଛି ।
ତେବେ ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସାମ୍ନାକୁ ଆସିବ । ସୌଭାଗ୍ୟ ବଶତଃ ବଡ଼ ବିପଦ ଟଳିଯାଇଛି ସତ କିନ୍ତୁ ଦୋଷୀ ବିରୁଧରେ କଣ କାର୍ଯ୍ୟନୁଷ୍ଠାନ ନିଆଯିବ ତାକୁ ହିଁ ଅପେକ୍ଷା।

   Related Posts