ଭୟଙ୍କର ଅଗ୍ନିକାଣ୍ଡ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆରଏଲଏ କଲେଜ କମ୍ପ୍ୟୁଟର ଲ୍ୟାବ୍ ଜଳିଗଲା

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ, ୦୮|୦୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଲାଲ ଆନନ୍ଦ କଲେଜରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ କଲେଜର କମ୍ପ୍ୟୁଟର୍ ଲ୍ୟାବ୍ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ।

ଦିଲ୍ଲୀ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ, ସୋମବାର ସକାଳ ପ୍ରାୟ ୧୧ଟା ୪୦ରେ ସେମାନଙ୍କ ପାଖକୁ ଅଗ୍ନିକାଣ୍ଡ ଘଟିବା ନେଇ ଫୋନ କଲ୍ ଆସିଥିଲା । ଏହାପରେ ଦମକଳ ବାହିନୀର ୪ଟି ଗାଡି କ୍ୟାମ୍ପସରେ ପହଁଚି ନିଆଁକୁ ଆୟତ କରିଥିଲେ । ଦିନ ୧୨ଟା ୨୫ ସୁଦ୍ଧା ନିଆଁକୁ ଆୟତ କରାଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

କଲେଜର ଅଧ୍ୟକ୍ଷ ରାକେଶ ଗୁପ୍ତା କହିଛନ୍ତି ଯେ, କମ୍ପ୍ୟୁଟର ଲ୍ୟାବରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୪୦ଟି କମ୍ପ୍ୟୁଟର ଜଳିଯାଇଛି । ଲ୍ୟାବ୍ ଖୋଲିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏହାସହ ସେ ଅଗ୍ନିଶମ ବାହିନୀକୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.