ନାଲ୍କୋ ନଗରର ସିପିପି ପ୍ଲାଣ୍ଟ୍ରେ ଅଗ୍ନିକାଣ୍ଡ
25/10/2019 at 11:27 AM

ଅନୁଗୋଳ ୨୫।୧୦: ଅନୁଗୋଳ ନାଲକୋ ନଗରର ସିପିପି ପ୍ଲାଣ୍ଟ ପରିସରରେ ଥିବା ୫ନମ୍ବର ୟୁନିଟରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ୍ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସେଠାରେ ଥିବା କାପାସିଟର ବ୍ୟାଙ୍କ ମଧ୍ୟରୁ ୪ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୮ଟି ଆଂଶିକ କ୍ଷତି ହୋଇଥିବା ସୂଚନା ମିଳିଛି।

ସକାଳ ୮ଟା ସମୟରେ ଅଗ୍ନିକାଣ୍ଡ ପରେ ଖବର ପାଇ ନାଲକୋ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନାଲକୋ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି।