Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୭ ଆକ୍ରାନ୍ତ ଜୀବନ୍ତ ଦଗ୍ଧ

15/11/2020 at 10:36 AM

ନୂଆଦିଲ୍ଲୀ, ୧୫|୧୧  :    ସାରା ବିଶ୍ୱରେ ଏବେବି କରୋନା ଆତଙ୍କ ଜାରି ରହିଛି । ଏହାମଧ୍ୟରେ ରୋମାନିଆରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଯିବାରୁ ୭ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ରୋମାନିଆର ଉତ୍ତର ନୀଷ୍ଟ୍ କାଉଣ୍ଟିଂ ଜରୁରୀକାଳିନ ସେବାର ମୁଖପାତ୍ର ଇରିନା ପୋପା କହିଛନ୍ତି ଯେ, ଶନିବାର ହସ୍ପିଚାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁ କୋଠରୀରେ ପ୍ରଥମେ ନିଆଁ ବ୍ୟାପିଲା ସେଠାରେ ୧୬ଜଣ ଆକ୍ରାନ୍ତ ଥିଲେ । ତେବେ ଘଟଣାସ୍ଥଳରେ ହିଁ ନିଆଁରେ ପୋଡି ହୋଇ ୭ଜଣ ପ୍ରାଣ ହରାଇଥିଲେ ।

ସେ ଆହୁରି କହିଛନ୍ତି ଯେ, ପ୍ରାଣ ହରାଇଥିବା ଆକ୍ରାନ୍ତମାନେ ପଜିଟିଭ୍ ହେବା ପରେ ଗୁରୁତର ଥିଲେ । ତେବେ ନିଆଁରେ ଜଣେ ଆକ୍ରାନ୍ତ ଗୁରୁତର ଅଛନ୍ତି । ସେହିପରି କିଛି ହସ୍ପିଟାଲ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ ଏବେସୁଦ୍ଧା ୫ କୋଟି ୪୦ ଲକ୍ଷ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୩୪ କୋଟି ୭୦ ଲକ୍ଷ ଆରୋଗ୍ୟ ହୋଇଛନ୍ତି । ଏହାସହ ୧ କୋଟି ୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

   Related Posts