Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

CMC ଯନ୍ତ୍ରୀ ବିଭାଗରେ ଭୟାବହ ଅଗ୍ନିକାଣ୍ଡ, ଅଳିଆଗଦାରୁ ବ୍ୟାପିଲା ନିଆଁ

4/03/2021 at 2:40 PM

କଟକ ୪।୩: କଟକ ମହାନଗର ନିଗମର ଯନ୍ତ୍ରୀ ବିଭାଗ ଷ୍ଟୋରରୁମରେ ଭୟାବହ ଅଗ୍ନିକାଣ୍ଡ । ଷ୍ଟୋରରୁମ ପଛରେ ଥିବା ଅଳିଆଗଦାରୁ ପ୍ରଥମେ ନିଆଁ ଲାଗିଥିଲା । ଯାହା ଧିରେ ଧିରେ ଷ୍ଟୋରରୁମକୁ ବ୍ୟାପିଥିଲା । ତେବେ ଉଚିତ ସମୟରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କ୍ଷୟକ୍ଷତି କେତେ ମାତ୍ରାରେ ହୋଇଛି ତାର ଆକଳନ ଏଯାଏଁ ହୋଇପାରିନାହିଁ ।

ବାଦାମବାଡି ସ୍ଥିତ ସିଏମସିର ବିକାଶ ଭବନରେ ରହିଛି ଯନ୍ତ୍ରୀ ବିଭାଗ । ବିଭାଗର ଷ୍ଟୋରରୁମରେ କେତେକ ପୁରୁଣା କେବୁଲ ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ହେଲେ ବଡକଥା ହେଉଛି ସମଗ୍ର କଟକ ସହରକୁ ନିୟନ୍ତ୍ରଣ କରୁଥିବା ସିଏମସିର ଯନ୍ତ୍ରୀ ବିଭାଗର ରକ୍ଷଣାବେକ୍ଷଣ ଲାଗି ବିଭାଗୀୟ ବାବୁମାନେ କେମିତି ସଚେତନ ନୁହଁନ୍ତି । କାରଣ ଷ୍ଟୋରରୁମରେ ଆହୁରି ଅନେକ ମୂଲ୍ୟବାନ ସମ୍ପତ୍ତି ରହିଛି । ଯଦିଓ ଠିକ୍‌ ସମୟରେ ନିଆଁ ଆୟତ୍ତ ହୋଇପାରିଛି, କିନ୍ତୁ ଏହା ନ ହୋଇଥିଲେ ହୁଏତ ବ୍ୟାପକ କ୍ଷୟକ୍ଷତି ହୋଇଥାନ୍ତା ।

   Related Posts