Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ

23/10/2020 at 8:15 AM

ମୁମ୍ବାଇ ୨୩।୧୦: ମୁମ୍ବାଇ ନାଗପାଡା ସ୍ଥିତ ସିଟି ସେଣ୍ଟର ମଲ୍ ରେ ଅଗ୍ନିକାଣ୍ଡ ହୋଇଛି । ଗୁରୁବାର ରାତି ୯ଟାରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ପ୍ରାୟ ୨୫୦ରୁ ୩୦୦ ଲୋକ ଉପସ୍ଥିତ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡରେ କୌଣସି ଲୋକ ମୃତାହତ ହୋଇନଥିଲା ଜଣାପଡିଛି ।

ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁସାରେ ମଲ୍ ର ଦ୍ବିତୀୟ ମହଲାରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା । ସର୍ଟ ସର୍କିଟ୍ ରୁ ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା ବୋଲି ଜଣାପଡିଛି । ମଲ୍ ରେ ଭେଣ୍ଟିଲେସନର ସୁ-ବ୍ୟବସ୍ଥା ନଥିବାକୁ ମଲ୍ ସାରା ଧୂଆଁମୟ ହୋଇଯାଇଥିଲା । ଫଳରେ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଆୟତ୍ତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଅଗ୍ନିଶମ କର୍ମଚାରୀ ମଲ୍ ର କାଚ ଭଙ୍ଗାଯାଇଥିଲା । ଫଳରେ ଧୂଆଁ ବାହାରକୁ ବାହାରି ଯାଇଥିଲା ।

   Related Posts