ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି

Published By : Prameya-News7 Bureau | February 27, 2021 IST

ଚୌଦ୍ବାର ୨୭।୨: କଟକ ଚୌଦ୍ବାର ସ୍ଥିତ ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ ହୋଇଛି । ଦୀର୍ଘ ୩ ଘଣ୍ଟା ତଳୁ ନିଆଁ ଲାଗିଥିବା ଜଣାପଡିଛି । ତେବେ ନିଆଁକୁ ଆୟତ୍ତ କରିବାକୁ କଟକ, ଚୌଦ୍ବାର ଓ ଏଆରସିର ଦମକଳ ବାହିନୀ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପାଖାପାଖି ୬ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ।

{"id":415554,"sizeSlug":"large","linkDestination":"none"}

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଦୀର୍ଘ ସମୟ ଧରି ନିଆଁ ଲାଗିଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ନିଆଁ ଲାଗିବା ଯୋଗୁଁ କଣ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.