ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

Published By : Prameya-News7 Bureau | July 15, 2021 IST

ଚଣ୍ଡିଖୋଲ ୧୫।୭: ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ । ଯାଜପୁର ଜିଲ୍ଲା ଛତିଆ ପାଇକରାପୁରଠାରେ ଥିବା ଏକ ଜଗନ୍ନାଥ ପୂଜା ଭଣ୍ଡାର ଓ ଭେରାଇଟି ଷ୍ଟୋରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଲକ୍ଷାଧିକ ଟଙ୍କାର ପୂଜା ସାମଗ୍ରୀ ଓ ଅନ୍ୟ ଜିନଷଗୁଡିକ ଜଳି ଯାଇଛି ।

{"id":480906,"width":751,"height":413,"sizeSlug":"large","linkDestination":"none"}

ବିଳମ୍ବିତ ରାତିରେ ଦୋକାନରେ ନିଆଁ କେମିତ ଲାଗିଲା ତାହା ଜଣାପଡି ନଥିବାବେଳେ । ନିଆଁ ଲାଗିବା ପରେ ଦୋକାନ ମାଲିକ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଦୋକାନରେ ଥିବା ସମସ୍ତ ଜିନିଷ ଜଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.