କଟକ ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
20/09/2019 at 12:58 PM

କଟକ ୨୦।୯: ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ହୋଇଛି । କଟକ ବଜ୍ରକବାଟି ସ୍ଥିତ ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।

ଅଗ୍ନିକାଣ୍ଡ ଯୋଗୁଁ ବିଏସଏନଏଲ ଫୋନ୍ ସେବା ବ୍ୟାହତ ହୋଇଥିବା ସୂଚନା ମିଳିଛି । ନିଆଁ ଲାଗିବା ଯୋଗୁଁ କର୍ମଚାରୀମାନେ ଭୟଭୀତ ହୋଇ ଇତଃସ୍ତତ ଦୌଡା ଦୌଡି କରିଥିଲେ । କାର୍ଯ୍ୟାଳୟ ଭିତରେ ନିଆଁ ଲାଗିଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଯନ୍ତ୍ର ଜଳିଯାଇଥିବା ଆଶଙ୍କା କରାଯାଉଛି ।

ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ବଜ୍ରକବାଟି ଅଞ୍ଚଳରେ ଲୋକମାନେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି ।
