ବ୍ରହ୍ମପୁର: ମାକ୍ସ୍ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ

Published By : Prameya-News7 Bureau | March 07, 2020 IST

ବ୍ରହ୍ମପୁର ୦୭|୦୩:  ଶନିବାର ସନ୍ଧ୍ୟାରେ  ବ୍ରହ୍ମପୁର ମାକ୍ସ୍ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏହି ମଲରେ ଅଗ୍ନିକାଣ୍ଡ ଘଟିଥିଲା। ଏନେଇ ମଲର କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଘଟଣାର ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ଅଗ୍ନିଶମ ବାହିନୀର ଅଧିକାରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.