ବାଣ ବଜାରରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ପାଉଁଶ

Published By : Prameya-News7 Bureau | June 24, 2018 IST

ପୁଣି ଅଗ୍ନିକାଣ୍ଡ। ବାଣ ବଜାରରେ ଅଗ୍ନିକାଣ୍ଡ। ଅଚାନକ ବାଣ ବଜାରରେ ଅଗ୍ନିକାଣ୍ଡ ଘଟି ବ୍ଯାପକ ଖ୍ଯତି ହୋଇଛି। ଅସାବଧାନତା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ବ୍ରହ୍ମପୁର ସହରର ବଡ ବାଣ ବଜାର ହେଉଛି ବାଲୁଙ୍କେଶ୍ବର ବାଣ ବଜାର। ଅନ୍ଧପସରା ରାସ୍ତା ନିକଟରେ ରହିଛି ଏହି ବଜାର। ଏହି ବଜାରରେ ରହିଛି ପାଖାପାଖି 80ଟି ଦୋକାନ ଗୃହ। ଶନିବାର ସନ୍ଧ୍ଯା ପାଖାପାଖି 7 ଘଣ୍ଟା ସମୟରେ ବାଣ ବଜାରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଥିଲା। ବଜାରରେ ଥିବା କେତେକ ବ୍ଯବସାୟୀଙ୍କ ସୂଚନା ପ୍ରକାରେ ସ୍ଥାନୀଯ ଅଞ୍ଚଳବାସୀ ଅଗ୍ନିକାଣ୍ଡ ସଂପର୍କରେ ଜାଣିଥିଲେ। ବଜାରର 55 ନମ୍ବର ଦୋକାନ ଗୃହରେ ଲାଗିଥିଲା ନିଆଁ। ଏଠାରେ ବାଣ ଗଛିତ କରି ରଖାଯାଇଥିଲା। ହଠାତ୍ ଅଗ୍ନିକାଣ୍ଡ ଘଟିବାରୁ ସମସ୍ଥ ବାଣ ଫୁଟି ଛାରଖାର ହୋଇଯାଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବିଭାଗ ମିଳିତ ଭାବେ ନିଆଁ ଲିହାଇଥିବା କହିଛନ୍ତି। ବେଆଇନ୍ ଭାବେ ବାଣ ଗଛିତ କରି ରଖାଯାଇଥିବା ବେଳେ ଏଭଳି ଅଘଟଣ ଘଟିଲା। ଏ ଉପରେ ଆବଶ୍ଯକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଖବର ଅନୁସାରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ତିନୋଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ଯରେ ନିୟୋଜିତ ହୋଇଥିଲା। ନିଆଁ କୁ ଆଯତ୍ତ କରିବାକୁ ଦୁଇ ଘଣ୍ଟା ସମୟ ଲାଗିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଅଧିକାରୀ କର୍ମଚାରୀ ଓ ଗୋସାଣିନୂଆ ଗାଆଁ ଥାନା ଅଧିକାରୀ ପ୍ରମୁଖ ଅଧିକାରୀ ପହଞ୍ଚି ସ୍ଥିତି ପରଖି ଥିଲେ। କୌଣସି ଲୋକ ବ୍ଯବସାୟୀ ଆହାତ ହୋଇନଥିବା ପୁଲିସ୍ କହିଛି। କେତେ ଖ୍ଯଯ ହୋଇଛି ଏବଂ ଅଗ୍ନିକାଣ୍ଡର କାରଣ କଣ ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଦଖିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଏ ଜଗା ରାଓ। ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଗଛିତ ରଖିବା ପାଇଁ କୌଣସି ଅନୁମତି ଦିଆଯାଇନାହି। ବେନିଅମ କାର୍ଯ୍ଯ କରିଥିବା ବ୍ଯବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଦଖିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଏ ଜଗା ରାଓ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.