ଭୟାବହ ଅଗ୍ନିକାଣ୍ଡ : ଶ୍ବାସରୁଦ୍ଧ ହୋଇ ବରିଷ୍ଠ ବିଜେଡି ନେତା ଅଲେଖ ଚୌଧୁରୀଙ୍କ ମୃତ୍ୟୁ, ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | May 29, 2020 IST

ବ୍ରହ୍ମପୁର ୨୯।୫: ଗୋସାଣୀନୂଆଗାଁ ପାଣିଗ୍ରାହୀ ସାହିରେ ଅଭାବନୀୟ ଘଟଣା ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ଶ୍ବାସରୁଦ୍ଧ ହୋଇ ବରିଷ୍ଠ ବିଜେଡି ନେତା ଅଲେଖ ଚୌଧୁରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

{"id":277646,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗୋସାଣୀନୂଆଗାଁ ପାଣିଗ୍ରାହୀ ସାହିରେ ବିଜେଡି ନେତା ଅଲେଖ ଚୌଧୁରୀଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଯୋଗୁଁ ବରିଷ୍ଠ ବିଜେଡି ନେତା ଅଲେଖ ଚୌଧୁରୀଙ୍କ ସହ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ଅଲେଖଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

{"id":277647,"sizeSlug":"large"}

ତେବେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଲେଖ ଚୌଧୁରୀ ପୂର୍ବରୁ ବିସିସି ବ୍ୟାଙ୍କର ସଭାପତି ଥିବାବେଳେ ଗଞ୍ଜାମ ଜିଲ୍ଲା କଂଗ୍ରେସର ଜିଲ୍ଲା ସଭାପତି ମଧ୍ୟ ଥିଲେ । ସେ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.