ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ୍ ଯୋଗୁଁ ଲାଗିଲା ନିଆଁ

Published By : Prameya-News7 Bureau | July 09, 2021 IST

ବାରିପଦା ୯।୭: ବାରିପଦା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ । ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।  

{"id":477893,"width":749,"height":412,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବାରିପଦା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ସକାଳ ସାଢେ ୭ଟା ସମୟରେ କମ୍ପ୍ୟୁଟର ରୁମରେ ଧୂଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ କର୍ମଚାରୀ । ଅଳ୍ପ ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ସର୍ଟ ସର୍କିଟ୍ ଯୋଗୁଁ ଲାଗିଥିବା ନିଆଁରେ ରକ୍ତଭଣ୍ଡାରରେ ଲାଗିଥିବା ଏସି, କମ୍ପ୍ୟୁଟର ଓ କିଛି ଆସବାବପତ୍ର ପୋଡିଯାଇଥିବା ଜଣାପଡିଛି । ତେବେ ରକ୍ତଭଣ୍ଡାରରେ ରକ୍ତ ରହୁଥିବା ସ୍ଥାନରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.