ବ୍ୟାଙ୍କ ଅଫ୍ ଇଣ୍ତିଆରେ ଅଗ୍ନି କାଣ୍ତ

Published By : Prameya-News7 Bureau | November 25, 2019 IST

ବାରିପଦା ୨୫/୧୧: ବେତନଟୀ ବ୍ୟାଙ୍କ ଅଫ ଇଣ୍ତିଆରେ ଅଗ୍ନି କାଣ୍ତ ହୋଇଛି। ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସିଷ୍ଟମ ନଷ୍ଟ ହୋଇଯାଇଛି  ।  ବିଦ୍ୟୁତ ସଟ୍ ସର୍କିଟରୁ ଅଗ୍ନି କାଣ୍ତ ହୋଇଥିବା ସନ୍ଦେହ କରାଯାଉଛି। ଗତ ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ଥିବାରୁ କେଉଁ ଦିନ ଅଗ୍ନିକାଣ୍ତ ହୋଇଛି ତାହା ଜଣାପଡି ନାହିଁ ।

{"id":189503,"sizeSlug":"large"}

ଆଜି ସକାଳେ ବ୍ୟାଙ୍କ ଖୋଲା ହେବା ପରେ ଝାଡୁଦାର ଅଗ୍ନିକାଣ୍ତ ହୋଇଥିବାର ଦେଖି  ବ୍ୟାଙ୍କ ମ୍ୟାନେଜରଙ୍କୁ ଖବର ଦେଇଥିଲେ । ମ୍ୟାନେଜର ପହଞ୍ଚିବାପରେ ଘଟଣା ସମ୍ପର୍କରେ ଉଚ୍ଚ ଅଫିସରଙ୍କୁ ଅବଗତ କରାଇଛନ୍ତି । ବ୍ୟାଙ୍କ ଭିତରେ ଦୁଇଟିରୁ ଉର୍ଦ୍ଧ କମ୍ପ୍ୟୁଟର ,ପ୍ରିଣ୍ଟର ସହିତ ବହୁ ଜିନିଷପତ୍ର ନଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.