ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ, ୩ ବଖରା ଘର ପୋଡି ଭସ୍ମୀଭୂତ

Published By : Prameya-News7 Bureau | October 09, 2020 IST

ବାଲେଶ୍ବର ୯।୧୦: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ସଦର ବ୍ଲକର ରସୁଲପୁର ପଞ୍ଚାୟତ ମନୁଡିହା ଗ୍ରାମରେ ରନ୍ଧନ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଘଟଣାରେ ମନୁଡ଼ିହା ଗ୍ରାମର ବଳରାମ ନାୟକ, ଶତ୍ରୁଘ୍ନନ ନାୟକ ଓ ଭରତ ନାୟକଙ୍କର ୩ ବଖରା ଘର ପୋଡିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଯାଇଛି। ଘଟଣାସ୍ଥଳରେ ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା। ସର୍ବେସ୍ଵର ଜେନା ନିଆଁକୁ ଆୟତ କରିବା ପାଇଁ ଗ୍ୟାସ ଟାଙ୍କିକୁ ଫିଙ୍ଗିବା ବେଳେ ତାଙ୍କ ହାତ ଆଂଶିକ ପୋଡି ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.