ଅନନ୍ତ ବାସୁଦେବ ମନ୍ଦିରରେ ଜଳିଯାଇଛି ରୋଷଘର
10/08/2018 at 7:06 AM

ଭୁବନେଶ୍ବର ସ୍ଥିତ ଅନନ୍ତ ବାସୁଦେବ ମନ୍ଦିରରେ ଅଗ୍ନିକାଣ୍ଡ ଘଟି ମନ୍ଦିରର ରୋଷଘର ଜଳିଯାଇଛି। ନିଆଁ ଲାଗି ୨୨ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ଆଜି ଭୋରରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ୟୁନିଟ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ। ରୋଷଘର ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ମାସେ ପର୍ଯ୍ୟନ୍ତ ବରାଦୀୟ ଭଡ଼ା ନ ବାହାରିପାରେ। ସେଥିପାଇଁ ଠାକୁରଙ୍କ ପ୍ରସାଦ ପାଇଁ ମନ୍ଦିର ପରିସରରେ ଏକ ଅସ୍ଥାୟୀ ଚୁଲା କରାଯିବ ବୋଲି ସେବାୟତ କହିଛନ୍ତି। ଖବର ପାଇ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରୋଷଘର ମରାମତି ଲାଗି ୩ଲକ୍ଷ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।