ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର : ଜଳିଗଲା ଗଛପତ୍ର, ଅଳ୍ପକେ ବର୍ତିଲେ ଗ୍ରାମବାସୀ

Published By : Prameya-News7 Bureau | February 27, 2021 IST

ନୀଳଗିରି ୨୭।୨: ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଜଳିଯାଇଛି । ନୀଳଗିରି ବ୍ଲକ ଅଧିନ ମହିସାପଟ୍ଟା ପଞ୍ଚାୟତ କୁଆନାଳୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କୁଆନାଳୀ ଗାଁ ଉପର ଦେଇ ୧୧ କେଭି ବିଦ୍ୟୁତ ତାର ଯାଇଛି । ଶୁକ୍ରବାର ହଠାତ୍ ସନ୍ଧ୍ୟା ୭ଟା ସମୟରେ ତାରଟି ଛିଣ୍ଡି ଯାଇଥିଲା । ଫଳରେ ଗଛ, ପତ୍ର ସହ ପାଖରେ ଥିବା କିଛି ପରିବାରର ବାଡ ମଧ୍ୟ ପୋଡିଯାଇଥିବା ଜଣାପଡିଛି । କିଛି ଗ୍ରାମବାସୀ ସେଠାରେ ଛିଡା ହୋଇଥିଲେ ମଧ୍ୟ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ଗାଁର କିଛି ଘର ପାଖରେ ଥିବା ସତ୍ତ୍ବେ ନିଆଁ ଦାଉରୁ ଅଳ୍ପକେ ରକ୍ଷା ପାଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.