ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ, ବନ୍ୟା ଘେରରେ ଫସିଥିବା ଗର୍ଭବତୀଙ୍କୁ କଲେ ଉଦ୍ଧାର

Published By : Prameya-News7 Bureau | August 29, 2020 IST

ଭଦ୍ରକ ୨୯।୦୮:  ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ । ବନ୍ୟା ଘେରରେ ରହି ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଜଣେ ମହିଳା । ଠିକ୍‌ ଏହି ସମୟରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି , ତାଙ୍କୁ ଉଦ୍ଧାର କରିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବୟାଙ୍ଗଡିହ ପଞ୍ଚାୟତ ଗୋଠିଣା ଗାଁର ଘଟଣା ।

{"id":321971,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୋଠିଣା ଗାଁଟି ଏବେ ପୁରା ବନ୍ୟା ପାଣି ଘେରରେ ରହିଛି । ବନ୍ୟାପାଣି ଲୋକଙ୍କ ଘରକୁ ପାଣି ପଶିଯିବାରୁ, କେହି ଘରୁ ବାହାରି ପାରୁନାହାନ୍ତି । ତେବେ ଜଳ ଘେରା ବନ୍ଦୀରେ ଗାଁର ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ପ୍ରସବ ଯନ୍ତ୍ରଣାରେ ସେ  ଛଟପଟ ହେଉଥିବା ବେଳେ, ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀର କର୍ମଚାରୀ ।  ଅକାତ କାତ ପାଣିରେ ପହଞ୍ଚି ଅଗ୍ନିଶମ କର୍ମଚାରୀମାନେ ମହିଳାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.