ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ସ୍କୁଲ ପାଖ ଧାନ ଖଳାରେ ଲାଗିଲା ନିଆଁ
25/11/2019 at 11:16 PM

ନବରଙ୍ଗପୁର ୨୫।୧୧ – ସ୍କୁଲରେ ପାଠପଢ଼ା ଚାଲିଥିବାବେଳେ ସ୍କୁଲ ପାଖରେ ଥିବା ଏକ ଧାନ ଖଳାରେ ନିଆଁ ଲାଗିଯାଇଥିଲା । ଲୋକଙ୍କ ପାଟିତୁଣ୍ଡ ଶୁଣି ସ୍କୁଲର ଛାତ୍ରଛାତ୍ରୀ ବାହାରକୁ ଧାଇଁ ଆସିଥିଲେ। ଛୋଟପିଲା ହେଲେବି ସେମାନଙ୍କର ସାହାସ କମ ନଥିଲା। ଗରା ବାଲଟି ଡେକଚି ଧରି ପାଣି ନେଇ ଜଳନ୍ତା ଧାନ ଗଦାକୁ ଲିଭାଇବାକୁ ଲାଗିଲେ। ଏଭଳି ଅଦମ୍ୟ ସାହସ ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚଢ଼େଇଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ହେଲେ ପର୍ଯ୍ୟାପ୍ତ ପାଣି ଯୋଗାଇପାରିନଥିଲା। ଫଳରେ ପୁଣି ନିଆଁ ଲିଭା କାମରେ ଲାଗିଯାଇଥିଲେ। ଧାନମାଲିକଙ୍କ କିଛି ଧାନ ନିଆଁରୁ ବର୍ତ୍ତିଗଲା। ଦମକଳ ଗାଡିର ଅବସ୍ଥା ଦେଖି ଛାତ୍ରଛାତ୍ରୀ ଲାଗିଯାଇଥିଲେ ପୁଣି ନିଆଁ ଲିଭା କାମରେ । ସମସ୍ତଙ୍କ ପରିଶ୍ରମର ମୂଲ୍ୟ ରହିଲା । ଧାନମାଲିକଙ୍କ କିଛି ଧାନ ନିଆଁ ଆଁରୁ ବର୍ତ୍ତିଗଲା ଏଭଳି କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।