ହ୍ୱର୍ଲପୁଲ୍ର ଗୋଦାମ ପୋଡି ପାଉଁଶ
19/10/2019 at 4:34 PM

ଶିମଲା – ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ନେରଚୌକ ରତି ରୋଡ୍ରେ ଥିବା ହ୍ୱର୍ଲପୁଲ୍ର ଗୋଦାମ ଜଳି ପାଉଁଶ ହୋଇଯାଇଛି । ଏଥିରେ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଗୋଦାମର ପଛ ପାଖରେ ଥିବା ପାର୍କିଂ ସ୍ଥଳରେ ଥିବା ଅନେକ କାର ଓ ମଟର ସାଇକେଲ୍ ପୋଡିଯାଇଛି ।
ଏଠାରେ ଥିବା ଅନ୍ୟ ବାହାନମାନଙ୍କୁ ବାହାର କରିବା ପାଇଁ ଚେଷ୍ଟା କରାଯାଉଛି । ଅଗ୍ନିକାଣ୍ଡ ଘଟିବା ସମୟରେ ଗୋଦାମ ବନ୍ଦ ଥିଲା । ବିଭିନ୍ନ ସ୍ଥାନରୁ ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ଏଠାରେ ଅଗ୍ନିକାଣ୍ଡ ଘଟିବାର କାରଣ ଜଣା ପଡି ନାହିଁ ।