ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଅନେକ ଫଶି ରହିଥିବା ଆଶଙ୍କା

Published By : Prameya-News7 Bureau | September 18, 2019 IST

ବେଙ୍ଗାଲୁର -ବେଙ୍ଗାଲୁରରେ ଥିବା ଏକ ୟୁକୋ ବ୍ୟାଙ୍କର ଶାଖାରେ ଅଗ୍ନିକାଣ୍ଡ ଘଟିଛି । ବେଙ୍ଗାଲୁରରେ ଏମ୍‌ଡି ରୋଡ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି । ବୁଧବାର ଅପରାହ୍ନରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।


ପ୍ରାଥମିକ ସୂଚନା ଅନୁସାରେ ବ୍ୟାଙ୍କ ଭିତରୁ ପ୍ରବଳ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା । ଅନେକ ଲୋକ ଏହି କୋଠାଘରେ ଫଶି ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ ବିଭାଗର ଗାଡି ନିଆଁକୁ ଆୟତ କରିବା ପାଇଁ ସେଠାରେ ପହଞ୍ଚିଛନ୍ତି ।

ଏହି କୋଠାଘରେ ବ୍ୟାଙ୍କ ସହ ଅନେକ କୋଚିଂ ସେଣ୍ଟର ରହିଛି। ଅନେକ ଛାତ୍ରଛତ୍ରୀ କୋଚିଂ ସେଣ୍ଟର ମଧ୍ୟରେ ଅଗ୍ନିକାଣ୍ଡ ସମୟରେ ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.