ଜଳିଗଲା ଆଇରନ୍ ଓର୍ ବୋଝେଇ ହାଇଓ୍ବା ଟ୍ରକ୍

Published By : Prameya-News7 Bureau | December 03, 2018 IST

ବଡବିଲ ୦୩|୧୨: ବଡ଼ବିଲରେ ଜଳିଗଲା ହାଇଓ୍ବା ଟ୍ରକ୍ । ବଡ଼ବିଲ ଉଲିବୁରୁ ରାସ୍ତାର ଜଗନ୍ନାଥ ଷ୍ଟିଲ୍ ପ୍ଲାଣ୍ଟ ନିକଟରେ ଟ୍ରକ୍‌ଟି ଜଳିଯାଇଛି । ହାଇଓ୍ବା ଗାଡ଼ି ନମ୍ବର ଓଆର୦୨ବିଆର୭୨୨୫ ଆଇରନ ଓର୍ ବୋଝେଇ କରି ଜଗନ୍ନାଥ ଷ୍ଟିଲ୍ ପ୍ଲାଣ୍ଟକୁ ଯାଉଥିଲା । ପ୍ଲାଣ୍ଟଠାରୁ କିଛି ଦୂରରେ ହାଇଓ୍ବା ଗାଡ଼ଟିକୁ ଡ୍ରାଇଭର ଠିଆ କରିଥିଲେ । ହଠାତ୍ ଗାଡ଼ିର କ୍ୟାବିନ୍‌ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ହାଇଓ୍ବା ଡ୍ରାଇଭର ସେଠାରୁ ପଳାଇ ଯାଇଥିଲେ । ନିକଟରେ ଥିବା ପ୍ଲାଣ୍ଟର କର୍ମଚାରୀ ଅଗ୍ନିନିର୍ବାପକ ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.