ରୋଷେଇ କରୁଥିବା ବେଳେ ଲାଗିଗଲା ନିଆଁ, ଜଳିଗଲା ୫ ବଖରା ଚାଳଘର, ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | November 09, 2021 IST

ତିର୍ତ୍ତୋଲ, ୦୯/୧୧: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ବିରିତୋଳ ଗାଁରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୫ ବଖରା ଚାଳ ଘର ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି।

ରାତିରେ ରୋଷେଇ କରୁଥିବା ସମୟରେ ରୋଷେଇ ଘରୁ ନିଆଁ ଲାଗି ଅନ୍ୟ ଘର ଗୁଡିକୁ ବ୍ୟାପି ଯାଇଥିଲା । ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.