Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଣ କାରଖାନାରେ ଲାଗିଲା ନିଆଁ, ୬ ଜଣ ଗୁରୁତର ଆହତ

30/10/2020 at 2:30 PM

ନୂଆଦିଲ୍ଲୀ ୩୦/୧୦: ଉତ୍ତର ପ୍ରଦେଶର ସହରାନପୁର ଜିଲ୍ଲାରେ ଆଜି (ଶୁକ୍ରବାର) ସକାଳେ ଏକ ବାଣ କାରଖାନାରେ ନିଆଁ ଲାଗିଛି। ନିଆଁ ଲାଗିବା ପରେ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି। ଏହି ଘଟଣାରେ ଛଅ ଜଣ ଆହତ ହୋଇଛନ୍ତି। କେବଳ ସେତିକି ନୁହେଁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତି କରିଛି। ଆହତଙ୍କୁ ଦେଖିବା ପାଇଁ ଜିଲ୍ଲା ଅଧିକାରୀ ଅଖିଳେଶ ସିଂହ ଓ ଏସଏସପି ଡାକ୍ତର ଏସ ଚନ୍ନପା ମଧ୍ୟ ଜିଲ୍ଳା ହସପିଟାଲାରେ ପହଞ୍ଚିଛନ୍ତି।

ଏ ଅଘଟଣ ସତାପୁର ଗାଁରେ ଘଟିଛି। ଗାଁରେ ଅମିତ କୁମାର ନାମକ ଜଣେ ବ୍ୟକ୍ତିଙ୍କ ବାଣ କାରଖାନା ଥିଲା। ହଠାତ ଆଜି ସେଠାରେ ନିଆଁ ଲାଗିଗଲା। ସେହି ସମୟା​ରେ କିଛି ଶ୍ରମିକ ସେଠାରେ କାମ କରୁଥିଲେ। ନିଆଁ ଲାଗିବା ମାତ୍ରକେ ବାଣ ବିସ୍ଫୋରଣ ହୋଇଥିଲା। ଘଟଣାକୁ ଦେଖି ଲୋକଙ୍କ ଧାଁଦୌଡ଼ ମଧ୍ୟରେ କେତେକ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛି। ତେବେ ଏବେ ସୁଦ୍ଧା ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏବେ ଏହାର ତଦନ୍ତ ଚାଲିଛି ଯଦି କିଛି ଅସାବଧାନତାର ପ୍ରମାଣ ମିଳେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଏସପି କହିଛନ୍ତି।  

   Related Posts