ପାରାୟଣ ଚାଲିଥିବା ବେଳେ ବାଣ ଫୁଟି ତମ୍ବୁରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତି ଲେ ଶହ ଶହ ଭକ୍ତ

Published By : Prameya-News7 Bureau | October 27, 2019 IST

ବଲାଙ୍ଗୀର ୨୭।୧୦ - ବଲାଙ୍ଗୀର ଟାଉନ ଥାନା ଇନ୍ଦିରା ନଗର ହନୁମାନ ମନ୍ଦିର ନିକଟରେ ଘଟିଛି ଅଘଟଣ । ବାଣ ଫୁଟି ପାରାୟଣ ଚାଲିଥିବା ତମ୍ବୁରେ ଲାଗିଗଲା ନିଆଁ ।

 ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ଏକ ବଡ ଅଘଟଣରୁ ବର୍ତି ଯାଇଛନ୍ତି  ଶହ ଶହ ଭକ୍ତ । ପାରୟଣ ଚାଲିଥିବା ବେଳେ ଏକ ବାଣର ନିଆଁ ତମ୍ବୁ ଉପର ପାଲରେ ପଡିଥିଲା । ଏହା ପରେ ତମ୍ବୁର ପାଲ ହୁହୁ ହୋଇ ଜଳି ଥିଲା । ଭକ୍ତମାନେ ସେଠାରୁ ତୁରନ୍ତ ଚାଲିଯାଇଥିଲା ।  ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.