ତାରାତାରିଣୀ ପୀଠରେ ଅଘଟଣ, ତିନି ଗୃହରେ ଲାଗିଗଲା ନିଆଁ

Published By : Prameya-News7 Bureau | October 12, 2021 IST

ବ୍ରହ୍ମପୁର, ୧୨/୧୦: ମାଆ ତାରାତାରିଣୀ ପୀଠରେ ଅଘଟଣ। ମନ୍ଦିର ସମ୍ମୁଖରେ ଥିବା ଦୀପ ଗୃହରେ ଘଟିଲା ଅଗ୍ନିକାଣ୍ଡ । ତିନୋଟି ଦୀପ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପାଖାପାଖି  ୪୦ ମିନିଟ୍ ପର୍ଯ୍ୟନ୍ତ ନିଆଁ ଲାଗିଥିଲା । କିଛି ସମୟ ପାଇଁ ସୁରକ୍ଷା ଦୃଷ୍ଟି କୋଣରୁ ଭକ୍ତଙ୍କୁ ମନ୍ଦିର ବାହାରକୁ ବାହାର କରାଯାଇଥିଲା । ଅଧିକ ଦୀପ,  ଘିଅ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ସେପଟେ ଅଗ୍ନିକାଣ୍ଡରେ ଦୁଇଟି ଦୀପଗୃହ ନଷ୍ଟ ହୋଇଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.