ଫେସ୍‌ବୁକ ଲାଇଭ୍ କରି ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇଲେ ହତାଶ ଯୁବକ...

Published By : Prameya-News7 Bureau | November 20, 2020 IST

ରେଙ୍ଗାଲି୨୦/୧୧: ଫେସବୁକ୍‌ ଲାଇଭ୍ କରି ତହସିଲ ଅଫିସ୍‌ରେ ନିଆଁ ଲଗାଇଲେ ଯୁବକ। ମିଳିଥିବା ସୂଚନା ଅନୁସାରେ ଜମିଜମା କାମରେ ଯୁବକ ଜଣଙ୍କ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇପଡିଥିଲେ। ତଥାପି ତାଙ୍କ କଥାକୁ କେହି କର୍ଣ୍ଣପାତ କରି ନଥିଲେ। ତେଣୁ ସେ ରାଗିରେ ହତାଶ ହୋଇ ନିଆଁ ଲଗାଇଥିବା କୁହାଯାଉଛି। ତେବେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ସଂପୃକ୍ତ ବ୍ୟକ୍ତି ଥାନାରେ ଅଟକ ରହିଛନ୍ତି।

ରେଙ୍ଗାଲି ତହସିଲ ଅଫିସ ପୋଡିବା ପୂର୍ବରୁ ଫେସବୁକରେ ଲାଇଭ କରିଥିଲେ ହତାଶ ଯୁବକ। ଜାଲ୍ କାଗଜ ପତ୍ର ଜରିଆରେ ସମ୍ପୃକ୍ତ ଯୁବକ ରାଜିବ କିଶାନଙ୍କ ଜମି ବିକ୍ରି କରି ଦିଆଯାଇଥିଲା। ଏ ନେଇ ଯୁବକ ତହସିଲ ଅଫିସ୍‌ରେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ କଥାକୁ କେହି ଶୁଣି ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.