ଭୁବନେଶ୍ବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ , ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଜଳିଗଲା

Published By : Prameya-News7 Bureau | February 02, 2019 IST

ଭୁବନେଶ୍ବର ଯୁନିଟ -୮ରେ ଥିବା  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠନ ଅର୍ଥାତ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶାଳୟ କୋଠାରେ ପ୍ରଚଣ୍ଡ ନିଆଁ ଲାଗିଛି । ଏହି କୋଠା  ଏନଆରଏଚଏମ  କାର୍ଯ୍ୟାଳୟକୁ ଲାଗି ରହିଛି । । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । 

{"id":81090,"width":597,"height":328}

ଦୁଇ ମହଲା ବିଶିଷ୍ଠ ଏହି କୋଠାର ପ୍ରଥମ ମହଲାରେ ନିଆଁ ଲାଗିଥିବା ଅଘ୍ନିଶମ ବିଭାଗ ପକ୍ଷରୁ କୁହାଯାଉଛି । ସମଗ୍ର ଅଂଚଳ ଧୂଆଁମୟ ହୋଇ ରହିଛି । ସଂଧ୍ୟାରେ ନିଆଁ ଲାଗିବାବେଳେ ଅଫିସରେ ୧୫ ଜଣ କର୍ମଚାରୀ ଥିଲେ । ସମସ୍ତେ ସୁରକ୍ଷିତ ଅବସ୍ଥାରେ ବାହାରକୁ ଚାଲିଆସିଛନ୍ତି । କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ପୋଡିଯାଇଥିବା ଜଣା ପଡିଛି । ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତେବେ ନିଆଁ ଆୟତ୍ତ ହେବାପରେ ପ୍ରକୃତ କାରଣ ଜଣା ପଡିବ ।   

{"id":81091,"width":594,"height":1080}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.