ବାକି ନଦେବାରୁ ଦୋକାନରେ ନିଆଁ ! ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ

Published By : Prameya-News7 Bureau | December 29, 2019 IST

ନିଶ୍ଚିନ୍ତକୋଇଲି ୨୯।୧୨: କଟକ ଜିଲ୍ଲା ମାହାଙ୍ଗା ଥାନା ପଲ୍ଲିସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଟି ଦୋକାନ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ବାକି ନଦେବାରୁ ଦୋକାନରେ ନିଆଁ ଲଗାଇଥିବା ଜଣେ ଯୁବକଙ୍କ ନାଁରେ ଥାନା ଅଭିଯୋଗର ଦେଇଛନ୍ତି ଦୋକାନୀ ତପନ ଦାସ ।

{"id":204164,"sizeSlug":"large"}

ସୂଚନାଯୋଗ୍ୟ ଯେ, ପଲ୍ଲିସାହି ପଞ୍ଚାୟତ ଅଫିସ ସାମ୍ନାରେ ଥିବା ତେଜରାତି ଦୋକାନୀ ତପନ ଦାସଙ୍କୁ ବାକିରେ ସଉଦା ମାଗିଥିଲା ପଲ୍ଲୀସାହିର କାଳନ୍ଦୀ ମହାନ୍ତି l ପୂର୍ବ ବାକି ସୁଝିନଥିବାରୁ ତପନ ଆଉ ବାକିରେ ସଉଦା ଦେବନି ବୋଲି ସଫାସଫା ମନାକରିବାରୁ ମୁଣ୍ଡକୁ ପିତ୍ତ ଚଢିଯାଇଥିଲା କାଳନ୍ଦିର l ଗାଳି ଫଜୀଲ ସହ ଦୋକାନ ପୋଡିଦେବାକୁ କାଳେ ଧମକ ଦେଇଥିଲା କାଳନ୍ଦୀ l ଶେଷରେ ସେହିଦିନ ରାତିରେ ତପନ ଦାସଙ୍କ ଦୋକାନରେ କିଏ ନିଆଁ ଲଗେଇଦେଇଛି l ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ନଗଦ ଚାରି ହଜାର ଟଙ୍କା ଜଳିଯାଇଛି l କେବଳ ସେତିକି ନୁହେଁ ତପନ ଦାସଙ୍କ ଦୋକାନ କଡ଼ରେ ଥିବା ପ୍ରକାଶ ସାହୁଙ୍କ ପାନ ଦୋକାନଟି ମଧ୍ୟ ସମ୍ପୂର୍ଣ୍ଣ ଯଲିଯିବା ଦେଖିବାକୁ ମିଳିଛି। ୨୦  ହଜାର ଟଙ୍କାର କ୍ଷୟକ୍ଷତି ନେଇ ପ୍ରକାଶ ମଧ୍ୟ ଥାନାରେ ଥାନାରେ ଏତଲା ଦେଇଛନ୍ତି l ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି l

{"id":204165,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.