କଟକ SCB ମେଡିକାଲର କାଜୁଆଲ୍ଟି ବିଲଡିଂରେ ଅଗ୍ନିକାଣ୍ଡ

Published By : Prameya-News7 Bureau | June 25, 2018 IST

କଟକ SCB ମେଡିକାଲର କାଜୁଆଲ୍ଟି ବିଲଡିଂରେ ଅଗ୍ନିକାଣ୍ଡ । ଆଜି ଭୋର୍ ସମୟରେ ନିଆଁ ଲାଗି ଯାଇଥିଲା । ଅକ୍ସିଜେନ ପାଇପ୍ ଲିକ ହେବା କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଘଡ଼ଘଡ଼ି ମାରିବାରୁ ସର୍ଟ ସର୍କିଟ୍ ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଆଇସିୟୁର ଏସି ପୋଡ଼ି ଯାଇଛି। ଏହାସହ ଅକ୍ସିଜେନ୍ ପାଇପ୍ ବି ଲିକ୍ ହୋଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମରାମତି ପରେ ବିଲ୍ଡିଂରେ ବିଦ୍ୟୁତ୍ ସ୍ୱାଭାବିକ ହୋଇଛି। ତେବେ ଏହି ଘଟଣା ପରେ ଏଠାରେ ଚିକିତ୍ସାଧୀନ ଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଭୟଭୀତ ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.