ଭୁବନେଶ୍ବର ବାପୁଜୀ ନଗର ଏସବିଆଇ ଶାଖାରେ ଅଗ୍ନିକାଣ୍ଡ ; ସର୍ଟ ସର୍କିଟରୁ ରେକର୍ଡ ରୁମରେ ଲାଗିଲା ନିଆଁ

Published By : Prameya-News7 Bureau | November 10, 2018 IST

ଭୁବନେଶ୍ବର ୧୦|୧୧: ଭୁବନେଶ୍ବର ବାପୁଜୀ ନଗର ଏସବିଆଇ ଶାଖାରେ ଅଗ୍ନିକାଣ୍ଡ । ଏସବିଆଇ ଶାଖାର ଦ୍ବିତୀୟ ମହଲାରେ ଥିବା ରେକର୍ଡ ରୁମରେ ଲାଗିଛି ନିଆଁ । ଭୋର ୫ଟାରେ ନିଆଁ ଲାଗିବାର ଦେଖି ଦମକଳବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ  ଆୟତ୍ତ କରିଛନ୍ତି । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାପଡିଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେ।ଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.