ସରଜୁ-ଯମୁନା ଏକ୍ସପ୍ରେସ୍‌ରେ ନିଆଁ, ଜଳିଗଲା ୩ ବଗି

Published By : Prameya-News7 Bureau | December 19, 2019 IST

କରତାରପୁର ୧୯।୧୨ : ପଞ୍ଜାବ ଅମୃତସର ଯାଉଥିବା ସରଜୁ-ଯମୁନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ କରତାରପୁର ଷ୍ଟେସନ ଛାଡିବା ପୂର୍ବରୁ ଏସ୍-୧ ବଗିରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏଣୁ ଟ୍ରେନକୁ ଅଟକାଇ ଦିଆଯାଇଥିବା ବେଳେ ଷ୍ଟେସନରେ ଛିଡା ଛିଡା ଟ୍ରେନର ୩ଟି ବଗି ଜଳିବାକୁଲାଗିଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ହତାହତ ହୋଇନଥିବା ବେଳେ ସେମାନଙ୍କ ସମ୍ପତ୍ତି ସୁରକ୍ଷିତ ଥିବା ଜଣାପଡିଛି।

{"id":199736,"width":574,"height":431,"sizeSlug":"large"}

ଟ୍ରେନ ଜଳନ୍ଧରର ନୁସୀ ଷ୍ଟେସନରୁ ବହାରିଥିଲା। କୁହୁଡି ଯୋଗୁ ବେଗ ମଧ୍ୟ କମ୍ ଥିଲାବୋଲି ଆରପିଏଫ ଅଧିକାରୀ ପୁଷ୍ପ ବଲି କହିଛନ୍ତି। ଟ୍ରେନର ଏସ୍‌-୧ ବଗିରେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ତେବେ ଷ୍ଟେସନରେ ବଗିରୁ ଧୁଆଁ ବାହାରୁଥିବା ଦେଖି ଯାତ୍ରୀଙ୍କୁ ତୁରନ୍ତ ଓହ୍ଲାଇ ଦିଆଯାଇଥିଲା ବୋଲି ଆରପିଏଫ ଅଧିକାରୀ କହିଛନ୍ତି।

{"id":199737,"width":581,"height":389,"sizeSlug":"large"}

ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଓ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ବଗି ୩ଟି ଜଳି ଯାଇଥିବାରୁ ଟ୍ରେନରୁ ପୃଥକ କରିଦିଆଯାଇଛି। ଟ୍ରେନ୍‌ରେ ନିଆଁ ଲାଗିବାର କାରଣ ଅନୁସନ୍ଧାନ ଲାଗି ରେଳବାଇ ଅଧିକାରୀମାନଙ୍କୁନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡିବ ବୋଲି ଆରପିଏଫ ଅଧିକାରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.