ରଥଦାଣ୍ଡରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | May 22, 2021 IST

ସାଲେପୁର,୨୨।୦୫ : କଟକ ଜିଲ୍ଲା ସାଲେପୁର କଟରପା ରଥଦାଣ୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରୋଷେଇ ସମୟରେ ଷ୍ଟୋବରୁ ନିଆଁ ଲାଗି ପାଖାପାଖି ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡଟି କଟରପା ଗାଁର ଅନାଦି ଦାସ ଘରେ ଲାଗିଥିଲା । ଅଗ୍ନିକାଣ୍ଡରେ ଅନାଦିଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

ଗ୍ରାମବସୀମାନେ ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ l ଖବର ପାଇ ସାଲେପୁର ଦମକଳ ବାହିନୀ ମଧ୍ୟ ଗାଁରେ ପହଁଚିଲା ବେଳକୁ ନିଆଁର ଆଁରେ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା। ତେବେ କୋଭିଡ ସମୟରେ ଏଭଳି ଅଗ୍ନିକାଣ୍ଡର ଦୁଃଖ ଅନାଦିଙ୍କ ପରିବାରକୁ ଦାଣ୍ଡରେ ଛିଡା କରିଦେଇଛି । ତୁରନ୍ତ ପ୍ରଶାସନ ଏହି ଅଗ୍ନି ବିପନ୍ନ ପରିବାରକୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.