ସେବା ସମବାୟ ସମିତିରେ ଅଗ୍ନିକାଣ୍ଡ, ପୋଡି ଜଳି ପାଉଁଶ ହୋଇଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର

Published By : Prameya-News7 Bureau | January 07, 2021 IST

ଅନୁଗୋଳ୭/୧: ଟାଇଁସି ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର। ଏପରି କି କମ୍ପ୍ୟୁଟର ଏବଂ ପ୍ରିଣ୍ଟର ମେସିନ। ନିଆଁ କିପରି ଲାଗିଲା, ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ। ଏପଟେ ସମବାୟ ସମିତିର ସବୁ ସରଞ୍ଜାମ ପୋଡି ଜଳି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁ ପୋଡିଜଳି ପାଉଁଶ ହୋଇଯାଇଥିଲା। ଏ ସମ୍ପର୍କରେ ପୁରୁଣାକୋର୍ଟ ଥାନାରେ ସୋସାଇଟି ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଛି। ପୁରୁଣାକୋର୍ଟ ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କିଏ ଏବଂ କାହିଁକି ନିଆଁ ଲଗାଇଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.