Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରାଇସ ମିଲରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

20/11/2019 at 7:38 AM

ସୁନ୍ଦରଗଡ଼ ୨୦।୧୧: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁନମୁରୁ ପଞ୍ଚାୟତରେ ଥିବା ଅଗ୍ରସେନ ରାଇସ  ମିଲରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଅଗ୍ରସେନ ରାଇସ ମିଲରେ ବିଳମ୍ବିତ ରାତି ପ୍ରାୟ ୨ଟା ୫୦ ମିନିଟ ସମୟରେ ଅଗ୍ନିକାଣ୍ଡ ଘଟିଥିଲା।  ଚାଉଳମିଲ ରେ ଗଛିତ ରଖା ଯାଇଥିବା ପୁରୁଣା ଗାଡି ଟାୟାରରେ ନିଆଁ ଲାଗିଥିବାରୁ ନିଆଁ ଉଗ୍ରରୂପ ଧାରଣ କରିଛି । ନିଆଁ ର ପ୍ରଭାବରେ ନିକଟରେ ଯାଇଥିବା ୧୩୨କେଭି ର ବିଦ୍ୟୁତ ତାର ମଧ୍ୟ ଛିଣ୍ଡି ପଡିଛି । ଯାହା ଦ୍ଵାରା  ଆହୁରି ବିପଦ ସୃଷ୍ଟି କରୁଛି ।ବର୍ତମାନ ସୁଦ୍ଧା  କୌଣସି  ପ୍ରାଣ ହାନୀ  ଖବର ହସ୍ତଗତ ହୋଇନାହିଁ । ଚାଉଳ ମିଲର ମାଲିକ ରାଜଗାଙ୍ଗପୁର ବସିନ୍ଦା ପ୍ରଦୀପ ଅଗ୍ରୱାଲଙ୍କ ବୋଲି ଜଣାପଡିଛି । ଅଗ୍ନିକାଣ୍ଡର  ଖବର ପାଇ କୁତ୍ରା, ରାଜଗାଙ୍ଗପୁର ଏବଂ ଡାଲମିଆ ସିମେଣ୍ଟର ଅଗ୍ନିଶମ ବିଭାଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଛି ।

   Related Posts