ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya-News7 Bureau | January 21, 2019 IST

ରାଉରକେଲା ୨୧|୧: ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ । ନୂଆଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ବେଳେ ଝାଡଖଣ୍ଡର ମନୋହରପୁର-ଜରେଇକେଲା ମଝିରେ ଲାଗିଲା ନିଆଁ । ଟ୍ରେନ୍ ବଗିରେ ଲାଗିଲା ନିଆଁ । ବି-୭ ବଗିର ଏସି ସେକ୍ସନରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲିଭା ପରେ ଯାତ୍ରା ଆରମ୍ଭ କରିଥିଲା ଏକ୍ସପ୍ରେସ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।

{"id":76500}

ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ରାଉରକେଲା ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ଅନୁଧ୍ୟାନ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.