କଟକ ଲିଂକ ରୋଡରେ ଜଳିଗଲା ତେଲ ଟ୍ୟାଂକର: ସ୍ଥାନୀୟ ଅଂଚଳରେ ଖେଳିଗଲା ଆତଂକ

Published By : Prameya-News7 Bureau | August 28, 2018 IST

କଟକ୨୮|୮: କଟକ ଲିଂକରୋଡରେ ଠିଆ ହୋଇଥିବା ଏକ ପେଟ୍ରୋଲ ଟ୍ୟାଙ୍କରରେ ନିଆଁ ଲାଗିଯିବା ଯୋଗୁଁ ସମଗ୍ର ଅଂଚଳରେ ଆତଂକର ବାତାବରଣ ଖେଳିଯାଇଥିଲା । ସଂତୋଷ ପେଟ୍ରୋଲ ପମ୍ପ ପାଖରେ ଏହି ଘଟଣା ଘଟିଥିବାରୁ ବଡ ଧରଣର ଦୁର୍ଘଟଣା ଘଟିବା ଆଶଂକା ଉପୁଜିଥିଲା । ପରିସ୍ଥିତିର ଭୟାବହତାକୁ ଦେଖି ବାଦାମବାଡି ରାସ୍ତାକୁ ପୋଲିସ କିଛି ସମୟ ପାଇଁ ସିଲ୍‌ କରିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୬ଟି ୟୁନିଟ୍‌ ଏବଂ ଓଡ୍ରାଫ୍ଟ ଟିମ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣା ସ୍ଥଳରେ କଟକ ଡିସିପି ଏବଂ ଚିଫ୍‌ ଫାୟାର ଅପିସର ମଧ୍ୟ ପହଂଚିଥିଲେ । ନିଆଁ ଏତେ ଯୋରରେ ଲାଗିଥିଲା ଯେ, ସମଗ୍ର ଅଂଚଳ ଆଲୋକିତ ହୋଇଉଠିଥିଲା । ଇଂଜିନରେ ସଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରଥମିକ ତଦନ୍ତରୁ ଜଣା ପଡିଛି । ନିଆଁ ଲାଗିଥିବା ଟ୍ୟଙ୍କରଟି ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ଏଥିରେ ଅନ୍ୟ କୌଣସି ଧନ ଜୀବନ ହାନୀ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.