ଓୟୁଏଟିର ଭେଟେନରୀ ଫାର୍ମରେ ନିଆଁ, ଜଳିଗଲା ଶହ ଶହ ବାଉଁଶ ଗଛ

Published By : Prameya-News7 Bureau | April 27, 2021 IST

ଭୁବନେଶ୍ୱର, ୨୭/୦୪: ହୁ ହୁ କରି ଜଳିଗଲା ଓୟୁଏଟିର ଭେଟେନରୀ ଫାର୍ମ ଜଙ୍ଗଲ । ଏହି ଜଙ୍ଗଲରେ ଥିବା ବାଉଁଶ ଗଛ ଗୁଡିକରେ ନିଆ ଲାଗି ପାଉଁଶ ହୋଇଯାଇଛି । କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଥିବା ଓୟୁଏଟି ଫର୍ମରେ ହଠାତ ନିଆଁ ଲାଗିଯିବାରୁ ଦମକଳ ବହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇଥିଲେ ।

ନିଆଁ ପାଖାପାଖି ଏକ ଏକର ଜମିର ଲାଗିଥିଲା । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନକେଦମ ହେବାକୁ ପଡିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନିଆଁ ବ୍ୟାପି ବାଉଁଶ ଗଛ ଜଳିବାରେ ଲାଗିଥିଲା । ତେବେ ବର୍ତ୍ତମାନ ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ ହୋଇସାରିଛି । ନିଆଁ କେଉଁ କାରଣରୁ ଲାଗିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.