ତେଲ ଟ୍ୟାଙ୍କରରେ ଲାଗିଲା ନିଆଁ ; ଧୂଆଁ ଯୋଗୁଁ ଟ୍ରକ୍ ଓ ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୧୫ ଆହତ
29/01/2019 at 12:05 PM

ଚୌଦ୍ବାର ୨୯|୧: ଚୌଦ୍ବାର ୧୬ନଂ ଜାତୀୟ ରାଜପଥ ଉପରେ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି । ଟ୍ୟାଙ୍କରରେ ନିଆଁ ଲାଗିବା ଯୋଗୁଁ ରାସ୍ତାଘାଟ ଧୂଆଁମୟ ହୋଇଯାଇଥିଲା । ଫଳରେ ସେହି ବାଟ ଦେଇ ଯାଉଥିବା ଟ୍ରକ୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଛି ।

ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀର ନିଆଁଲିଭା ପାଇଁ ଉଦ୍ୟମ ଜାରି ।
Related Posts
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021
ରାସ୍ତାରେ ଟ୍ରାକ୍ଟର ବୋଝେଇ ଧାନ ରଖି ଅବରୋଧ, ଯାତାୟତ ବାଧାପ୍ରାପ୍ତ
25 January 2021