ରାସ୍ତା ଉପରକୁ ମାଡ଼ି ଆସିଲା ନିଆଁ, ଜଳିଗଲା ଶହଶହ ଚାରା ଗଛ

Published By : Prameya-News7 Bureau | March 10, 2021 IST

ପାଟଣା, ୧୦/୦୩: ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ଏବେ ନିଆଁର ଭୟାବହତା ଦେଖିବାକୁ ମିଳିଛି । ବିନ ବିଭାଗ ନିଆଁକୁ ଆୟତ୍ତକୁ ଆଣିବାକୁ ପ୍ରୟାସ କରୁଥିଲେ ମଧ୍ୟ ସଫଳ ହେଉନାହିଁ । ନିଆଁ ଏତେ ମାତ୍ରାରେ ବ୍ୟାପି ଗଲାଣି ଯେ, ରାସ୍ତା ଉପରକୁ ମଧ୍ୟ ମାଡ଼ି ଆସିଲାଣି ।

ଏହିପରି ଏକ ଘଟଣା କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । ପାଟଣା ରେଞ୍ଜ ଅନ୍ତର୍ଗତ ଧନୁର୍ଜୟପୁର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଲଗା ଯାଇଥିବା ଶହଶହ ଗଛ ନିଆଁ ଲାଗି ଜଳି ପୋଡି ପାଉଁଶ ହୋଇଯାଇଛି ।

ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେ ବେଳକୁ ଗଛଗୁଡ଼ିକ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଥିଲା । ୪୯ ନମ୍ବର ରାଜପଥର ସମ୍ପ୍ରସାରଣ ବେଳେ ରାଜପଥ କଡ଼ରେ ଥିବା ଅନେକ ଗଛ କଟା ଯାଇଥିଲା । ପରେ ରାସ୍ତା କଡରେ ନୂତନ ଗଛ ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଓଏଫଡିସି ପକ୍ଷରୁ ଏଠାରେ ଗଛ ଲଗା ଯାଇଥିଲା  । ତେବେ ନିଆଁ କାହିଁକି ଲାଗିଲା ଏହାର ପ୍ରକୃତ କାରଣ ଜଣା ପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.