Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ମହାଶିବରାତ୍ରିରେ ଅଘଟଣ, ବୃଷଭଙ୍କ ଉତରି ଓ କୁଞ୍ଚିରେ ଲାଗିଗଲା ନିଆଁ

11/03/2021 at 7:31 PM

ନରସିଂହପୁର, ୧୧/୦୩: ଆଜି ହେଉଛି ମହାଶିବରାତ୍ରି । ଏହି ମହାଶିବରାତ୍ରିରେ ଶ୍ରଦ୍ଧାଳୁମାନେ ଦେବ ଦେବ ମହାଦେବଙ୍କ ପାଖରେ ଉଜାଗର ରହି ଦୀପ ଜାଳିଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳେ । ଶୈବ ପ୍ରେମୀ ମାନେ ପ୍ରଭୁଙ୍କ ଦର୍ଶନ କରି ନପାରି ଆଜି ଦୁଃଖରେ ଭାଙ୍ଗି ପଡିଛନ୍ତି। ଏମିତି ବି ଭଗବାନଙ୍କ ପାଖରେ ଦୀପଟିଏ ମଧ୍ୟ ଜାଳି ପାରୁନି ଭକ୍ତ।

ଏହି ଦୁଃଖଦ ସମୟରେ ମହାଶିବରାତ୍ରିରେ ପ୍ରଭୁ ମହାଦେବଙ୍କୁ ସିଧାସଳଖ ଦର୍ଶନରୁ ବଞ୍ଚିତ କଲା ମହାମାରୀ କରୋନା । ଅନ୍ୟପଟେ ଯଦି ଦେଖିବା କଟକ ଜିଲ୍ଲା ନରସିଂହପୁର  ନିଜିଗଡ଼ଠାରେ ଥିବା ବାବା ବିଶ୍ୱନାଥଙ୍କ ମନ୍ଦିରରେ ଦୀପରୁ ନିଆଁ ଲାଗି ବୃଷଭଙ୍କ ଉତରି ଓ କୁଞ୍ଚି ପୋଡ଼ି ଯାଇଥିଲା ।

ଯାହାଫଳରେ ପୂଜକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ନିଆଁକୁ ଆୟତ୍ତ କରାଯାଇ ପାରଥିଲା । ଯେହେତୁ  ମହାଶିବରାତ୍ରିରେ ବାବା ବିଶ୍ୱନାଥଙ୍କ ଗର୍ଭ ଗୃହରେ ନିଆଁ ଲାଗିବା ଏହା ଏକ ଖରାପ ସଙ୍କେତ ବୋଲି ସ୍ଥାନୀୟ ଅଞ୍ଚଳରେ ଶୈବପ୍ରେମୀ ମାନଙ୍କ ମନରେ ଗୁଞ୍ଜରଣ ସୃଷ୍ଟି ହୋଇଛି ।

   Related Posts