ମୁମ୍ବାଇ ହାୱଡା ଏକ୍ସପ୍ରେସରେ ନିଆଁ : ଭୟଭୀତ ହୋଇ ଟ୍ରେନରୁ ଡେଇଁ ପଡିଲେ ଯାତ୍ରୀ
27/05/2019 at 12:05 PM

ରାଉରକେଲା ୨୭/୫ : ମୁମ୍ବାଇ ହାୱଡା ଏକ୍ସପ୍ରେସର ଯାତ୍ରୀ ମାନେ ଝାରଖଣ୍ଡରେ ଲୋଟପାହାଡ଼-ଚକ୍ରଧରପୁର ମଧ୍ୟରେ s-11 ବଗି ତଳୁ ଧୁଆ ବାହାରୁଥିବା ଦେଖି ଭୟରେ ଟ୍ରେନର ଚେନ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ଭୟଭୀତ ଲୋକମାନେ ଟ୍ରେନ ଅଟକିବା ପୂର୍ବରୁ ମଧ୍ୟ ଟ୍ରେନରୁ ଡେଇଁ ପଡିଥିଲେ । ପରେ ଜଣାପଡିଥିଲା ଯେ ହାଟ ଏକସେଲ ଯୋଗୁ ଧୁଆ ବାହାରି ଥିଲା । ସେଠାରେ ଟ୍ରେନ ୪୫ ମିନିଟ ଅଟକି ରହିଥିଲା । ପରେ ଏହାକୁ ଠିକ କରି ଟ୍ରେନ ଚକ୍ରଧରପୁର ଆଡକୁ ଯାଇଥିଲା ।

ଏହି ଟ୍ରେନ ବିଳମ୍ବରେ ରାଉରକେଲା ପଟୁ ଯାଉଥିବା ଯୋଗୁ ପାଖପାଖି ସାଢେ ୧୦ଟା ବେଳେ ଏହି ଘଟଣା ଘଟିଥିଲା । ଆତଙ୍କିତ ଯାତ୍ରୀମାନେ ଯେଉଁଭଳି ଭାବେ ଟ୍ରେନରୁ ଓହ୍ଲାଇଥିଲେ ତାହା ଦ୍ୱାରା ବଡ଼ ଅଘଟଣ ହୋଇଥାନ୍ତା କିନ୍ତୁ କିଛି ବିଶେଷ ହୋଇ ନ ଥିଲା ।

Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021