ଚୁଲି ନିଆଁରୁ ବ୍ୟାପିଲା ଅଗ୍ନିକାଣ୍ଡ : ୬ବଖରା ଘର ପୋଡ଼ି ପାଉଁଶ, ୩ ଆହତ

Published By : Prameya-News7 Bureau | August 06, 2020 IST

ସୋନପୁର ୦୬।୦୮ : ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କୁଞ୍ଜପାଲି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ ଟି ପରିବାରର ୬ ବଖରା ଘର ପୋଡ଼ି ପାଉଁଶ । ନିଆଁରେ ଘର ପୋଡିଯିବା ଦ୍ୱାରା ତିନିଟି ପରିବାର ସର୍ବହରା ହୋଇଯାଇଛି । ଘରେ ଯାହାକିଛି ଥିଲା ସବୁ ପୋଡି ପାଉଁଶ ହୋଇଯାଇଛି  । ଲକ୍ଷାଧିକ ଟଙ୍କା ସମ୍ପତ୍ତି ମଧ୍ୟ  ପୋଡି ପାଉଁଶ ହୋଇଛି ।

{"id":310365,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗାଁର ରୋଶନ ଭୋଇଙ୍କ ଘରୁ ନିଆଁ ଲାଗି ତିନୋଟି ପରିବାରର ୬ ବଖରା ଘର ପୋଡିଯାଇଛି  । ଘର ଚୁଳିରେ ରହିଯାଇଥିବା ନିଆଁରୁ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ହେବା ଦ୍ୱାରା ପରିବାର ଲୋକେ ରଖିଥିବାର ବର୍ଷକର ଆହାର ଧାନ ,ଚାଉଳ ପୋଡି ନଷ୍ଟ ହୋଇଯାଇଛି  । ପିନ୍ଧା ଲୁଗା ବ୍ୟତୀତ ତିନୋଟି ପରିବାର ପାଖରେ ଆଉ କିଛି ନାହିଁ  ।

{"id":310366,"sizeSlug":"large"}

ସେହିପରି ଅଗ୍ନିକାଣ୍ଡରେ ୩ ଜଣ ଆହତ ହୋଇ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଛି । ଆହତ ବ୍ୟକ୍ତିମାନେ ହେଲେ  ସୁନିଲା ଭୋଇ,ରୋଶନ ଭୋଇ ଏବଂ ଶିବ କଆଁର । ଉଲୁଣ୍ଡାରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ଖଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ଆସିନାହାନ୍ତି  ।

{"id":310367,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.