Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜଳୁଛି କୂଳଡିହା ଅଭୟାରଣ୍ୟ, ଡିଏଫଓ ଓ ରେଞ୍ଜରଙ୍କ ନିଆଁ ଲିଭା ଫଟୋ ଭାଇରାଲ

9/03/2021 at 4:10 PM

ନୀଳଗିରି, ୦୯/୦୩: ଦିନରାତି ଜଳୁଛି କୁଳଡିହା ଅଭୟାରଣ୍ୟ । ବନ ବିଭାଗ ନିଆଁକୁ ଆୟତ୍ତ କରିପାରୁନଥିବା ବେଳେ ଅଭୟାରଣ୍ୟ ଅଂଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏହି ସମୟରେ ନିଜେ ବାଲେଶ୍ଵର ଡିଏଫଓ  ବିଶ୍ଵରାଜ ପଣ୍ଡା, କୁଳଡିହା ରେଞ୍ଜର ଵିଜୟ କୁମାର ମହାପାତ୍ର ନିଆଁ ଲିଭାଉଥିବାର ଫଟୋ ଏବେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ତିନିଦିନ ପୂର୍ବର ଫଟୋ ଛାଡି ଏହି ଦୁଇ ଅଧିକାରୀ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଏ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ନିଆଁ ଏଭଳି ଭାବେ ବ୍ୟାପିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି ।

ଅଭୟାରଣ୍ୟର କଇମହୁଡ଼ି ଓ  ଶୁଶୁନିଗଡ଼ିଆଠାରେ ହୁ ହୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତକୁ ଆଣୁଛନ୍ତି ନିଜେ ଡିଏଫଓ ଓ ରେଞ୍ଜର । ହେଲେ ନିଆଁ ବହୁ ଆଗକୁ ମାଡି ଚାଲୁଥିବା ଦେଖା ଯାଇଛି । ବର୍ତ୍ତମାନ ସୁଦ୍ଧା ଜଡ଼ାଚୁଆ ଓ ଆଉ ଦୁଇ ତିନୋଟି ସ୍ଥାନରେ ନିଆଁ ଜଳୁଥିବାର ସୂଚନା ମିଳିଥିବା ବେଳେ କୁଳଡିହା ପାଦଦେଶରେ ରହୁଥିବା ରାଉଦିଆ ଗ୍ରାମବାସୀଙ୍କ ମନରେ ଭୟ ଦେଖାଦେଇଛି ।

   Related Posts