ଇରାନର ଅନ୍ତରୀକ୍ଷ କେନ୍ଦ୍ରରେ ନିଆଁ ଲାଗିବାରୁ ୩ ବୈଜ୍ଞାନିକଙ୍କ ମୃତ୍ୟୁ

Published By : Prameya-News7 Bureau | February 04, 2019 IST

ଇରାନର ଅନ୍ତରୀକ୍ଷ କେନ୍ଦ୍ରରେ ନିଆଁ ଲାଗି ଯିବାରୁ ୩ ଜଣ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି | ସୂଚନାଯୋଗ୍ୟ ଯେ, ରବିବାର ଇରାନର ଦୂର ସଂଚାର ମନ୍ତ୍ରୀ ମହମ୍ମଦ ଜବାଦ ଅଜେରୀ ସୂଚନା ଦେଇଥିଲେ ଯେ, ଦେଶର ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ରର ଏକ ବିଲଡିଂରେ ନିଆଁ ଲାଗି ଯାଇଥିଲା | ନିଆଁ ଲାଗିଯିବା ଫଳରେ ୩ ଜଣ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଯାଇଥିଲା | ନିଆଁ କେମିତି ଲାଗିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ |

{"id":81720,"width":587,"height":391}


ଆମେରିକା ବାରମ୍ବାର ଚେତାବନୀ ଦେବା ସତ୍ୱେ ଇରାନ ଏକ ଉପଗ୍ରହ ଲଞ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲା | ଉପଗ୍ରହ ଲଞ୍ଚ କରିବା ପରେ ଇରାନକୁ ଵାଲେଷ୍ଟୀକ ମିସାଇଲ କାର୍ଯ୍ୟକ୍ରମରେ ଲାଭ ହୋଇଥାନ୍ତା | ଜାନୁଆରୀ ମାସରେ ଇରାନ ଅନ୍ତରୀକ୍ଷକୁ ଏକ ଉପଗ୍ରହ ଛାଡିଥିଲା | କିନ୍ତୁ ଜ୍ଞାନ କୌଶଳର ଅଭାବ କାରଣ ଯୋଗୁଁ ସେହି ଉପଗ୍ରହ କକ୍ଷ ପର୍ଯ୍ୟନ୍ତ ପହଂଚିବାରେ ସକ୍ଷମ ହୋଇନଥିଲା | ବିଗତ ୧୦ ବର୍ଷ ମଧ୍ୟରେ ଇରାନ ଅନେକ ଉପଗ୍ରହ ଛାଡ଼ିଛି | କିନ୍ତୁ ସେସବୁ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିନଥିଲା | ୨୦୧୩ ମସିହାରେ ଇରାନ ଅନ୍ତରୀକ୍ଷକୁ ଏକ ମାଙ୍କଡ ପଠାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.