କରଞ୍ଜିଆ୧୩/୧୧: ଜଶୀପୁର ବ୍ଲକ ବାଲିଯୋଡି ଗାଁରେ ଅଗ୍ନିକାଣ୍ଡ। ୨ ବଖରା ଘର ନିଆଁରେ ଜଳିଯିବା ସହ ଜଳିଗଲା ଧାନ ଗଦା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ଜଶୀପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି । ନିଆଁ କିପରି ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଚାଷ କରି ଯାହା ସାଇତି ରଖିଥିଲେ, ତାହା ନିଆଁରେ ପୋଡି ଛାରଖାର ହୋଇଗଲା।
ଦୁର୍ନୀତି କଥା କହି ବିଜେଡି ସରକାରକୁ ଘେରିଲେ ଶାହ, କହ...