ନିଆଁରେ ଜଳିପୋଡି ପାଉଁଶ ହୋଇଗଲା ଘରର ଆସବାବପତ୍ର
1/01/2021 at 6:20 PM

ଚଣ୍ଡିଖୋଲ୧/୧: ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଗଲା ଘରର ଆସବାବପତ୍ର। ଗୋଟିଏ ପରିବାରକୁ ତଳିତଳାନ୍ତ କରିଦେଲା ସର୍ବଗ୍ରାସୀ ନିଆଁ । ଶୁକ୍ରବାର ଅପରାହ୍ନରେ ସୁଭଦ୍ରାପୁରରେ ଅଗ୍ନିକାଣ୍ଡରେ ଘର ସବୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଶୁକ୍ରବାର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତର ସୁଭଦ୍ରାପୁର ଗ୍ରାମର ଗୋବର୍ଦ୍ଧନ ସାହୁଙ୍କ ଘରେ ନିଆଁ ଲାଗିଯାଇଥିଲା।
ଘରେ ନିଆଁ କିପରି ଲାଗିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଗୋବର୍ଦ୍ଧନ ସାହୁ ଅତ୍ୟନ୍ତ ଗରିବ।ସାଧାରଣ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଇନ୍ତି। ଘରେ ମଧ୍ୟ ତାଙ୍କର ଜଣେ ବିକଳାଙ୍ଗ ପୁଅ ଅଛି। ପ୍ରଶାସନ ସହଯୋଗ କଲେ, କିଛି ମାତ୍ରାରେ ଗୋବର୍ଦ୍ଧନ ଆଶ୍ବସ୍ତି ଲାଭ କରିବେ। ତୁରନ୍ତ ପ୍ରଶାସନ ତାଙ୍କୁ କ୍ଷତିପୂରଣ ଯୋଗାଇ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।