ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Published By : Prameya-News7 Bureau | December 13, 2019 IST

ପାରାଦୀ ୧୩।୧୨: ପାରାଦୀପ ମଧୁବନ ସ୍ଥିତ ହାଉସିଙ୍ଗବୋର୍ଡ କଲୋନୀରେ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ।

{"id":197027,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଆଜି ସକାଳ ସମୟରେ ହାଉସିଙ୍ଗବୋର୍ଡ କଲୋନୀରେ ଥିବା ସାରଳା ଏଣ୍ଟରପ୍ରାଇଜର୍ସ ର ଷ୍ଟୋର ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି | ଷ୍ଟୋର ଘରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି | ଖବରପାଇ ସି.ଆଇ.ଏସ.ଏଫ୍. ଅଗ୍ନିଶମ ବିଭାଗର ଦମକଳ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି | ତେବେ ଅଗ୍ନିକାଣ୍ଡର କାରଣ  ଅସ୍ପଷ୍ଟ ରହିଛି ।  ସଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.