ଭୟାବହ ଅଗ୍ନିକାଣ୍ଡ, ୭ ବଖରା ଘର ସହ ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

Published By : Prameya-News7 Bureau | January 29, 2021 IST

ଚାନ୍ଦବାଲି୨୯/୧: ଭୟାବହ ଅଗ୍ନିକାଣ୍ଡ, ଜଳି ପୋଡି ପାଉଁଶ ହୋଇଗଲା ୭ ବଖରା ଘର। ଭଦ୍ରକ ଜିଲ୍ଲା ପିରାହାଟ ଥାନା ପାଢ଼ୀ ସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସହ ମୂଲ୍ୟବାନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।  ପାଢ଼ୀସାହିର ପ୍ରଫୁଲ୍ଲ ପାଢ଼ୀ ଏବଂ ତାଙ୍କ ଭାଇମାନଙ୍କ ଘରେ ହଠାତ୍ ନିଆଁ ଲାଗିଥିଲା।

 ଘରେ ଥିବା ଅବସ୍ଥାରେ ଅଚାନକ ନିଆଁ ଲାଗି ଯାଇଥିଲା। ଜୀବନ ରକ୍ଷା କରିବାକୁ ଯାଇ ପରିବାର ଲୋକେ ବାହାରକୁ ବାହାରି ଆସିଥିଲେ। ଘର ଥିବା ଆସବାବପତ୍ର  ବାହାର କରି ପାରିନଥିଲେ। ଯାହାଫଳରେ ଘର ସହ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ କିପରି ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.